Odisha Link
Bridging the Missing Links in Odisha

ରାଜଧାନୀରେ ପଶିଲା ନରହନ୍ତା ଦନ୍ତା

ଭୁବନେଶ୍ବର: ଗତ କାଲି ପୁରୀ ବଳଙ୍ଗା ଅଞ୍ଚଳରେ ୫ଜଣଙ୍କୁ ମାରିଥିବା ନରହନ୍ତା ଦନ୍ତା ଏବେ ଭୁବନେଶ୍ବରରେ ପଶିଛି। ଗଙ୍ଗୁଆ ପାରି ହୋଇ ଭୁବନେଶ୍ବର ଉପକଣ୍ଠକୁ ଚାଲି ଆସିଛି। ପାତ୍ରପଡା ଅଞ୍ଚଳରେ ହାତୀର ପାଦ ଚିହ୍ନ ଦେଖିବାକୁ ମିଳିଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ପ୍ରକାଶ ଯେ, ପିପିଲି ଅଞ୍ଚଳରେ ୫ ଜଣଙ୍କୁ ମାରିବା ପରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ରବିବାର ରାତିରୁ ଏକ ତିନି ଜଣିଆ ଟିମ୍ ପିପିଲି ଅଞ୍ଚଳରେ ଡେରା ପକାଇଥିଲେ। ହେଲେ ହାତୀଟି ଭୁବନେଶ୍ବର ଉପକଣ୍ଠକୁ ଚାଲି ଆସିଥିବା ଜଣାପଡିଛି। ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଯାଇଛନ୍ତି। ପାତ୍ରପଡା ମେଡିସିନାଲ ଗାର୍ଡେନ ସୋମବାର ସକାଳୁ ସକାଳୁ ଏହା ମହିଳାଙ୍କୁ ଆକ୍ରମଣ କରିଛି। ଗୁରୁତର ମହିଳାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ଘଟଣାସ୍ଥଳରେ ଚନ୍ଦକା ଡମପଡା ବନବିଭାଗ କର୍ମଚାରୀ ଏବଂ ପୋଲିସ ସ୍ଥିତି ଉପରେ ନଜର ରଖିଛନ୍ତି।
ଆତଙ୍କିତ ନହେବାକୁ ଲୋକଙ୍କୁ ବନବିଭାଗ ପରାମର୍ଶ ଦେଇଛି। ଶଙ୍କରବିହାରରୁ କଳିଙ୍ଗବିହାର ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ ବାରଣ କରାଯାଇଛି। ଦିନ ତମାମ ହାତୀ ଉପରେ ନଜର ରଖିବ ବନବିଭାଗ। ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ଭୁବନେଶ୍ବର ସିଟି ଫରେଷ୍ଟ ଏସିଏଫ୍ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.