Odisha Link
Bridging the Missing Links in Odisha

ଡ଼୍ୟାନ୍ସ ପ୍ଲସ ୫ର ବିଜେତା ହେଲେ ରୂପେସ

ମୁମ୍ବାଇ : ଷ୍ଟାର ପ୍ଲସ୍‌ର ରିଆଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌ ୫ର ଫାଇନାଲ ହୋଇସାରିଛି । ଏହାର ଟାଇଟଲକୁ ବାଜି ମାରିଛନ୍ତି ରୂପେସ ବନେ । ସେ ତିନି ଜମଙ୍କୁ ପଛରେ ପକେଇ ବିଜେତା ହୋଇଛନ୍ତି। ରୂପେସ ମୁମ୍ବାଇରେ ରହୁଥିଲେ ଓ ଧର୍ମେଶଙ୍କ ଟିମ୍‌ରେ ଥିଲେ। ରୂପେସଙ୍କୁ ବିଜୟ ଟ୍ରଫି ହାସଲ କରିବା ସହ ୧୫ ଲକ୍ଷ ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି ।

https://www.instagram.com/p/B84PAcdl42N/

ସୂଚନା ମୁତାବକ ଶୋ’ର ବିଜେତା ରୂପେସଙ୍କୁ ତାଙ୍କ ମା’ ଙ୍କ ସହ ଟ୍ରଫି ଗ୍ରହଣ କରିଥିଲେ। ଏହି ସମୟରେ ରୂପେସ କହିଥିଲେ ମୋର ଆଶା ନଥିଲା ମୁଁ ଏଭଳି ଏକ ମଞ୍ଚର ବିଜେତା ହେବି ବୋଲି। ରୁପସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି- ‘ମୋ ସ୍ୱପ୍ନ, ମୋ ଜୀବନ ଏବଂ ମୋର ସବୁକିଛି ମୋ ହାତରେ ରହିଛି। ମତେ ବିଜେତା କରିଥିବାରୁ ମୁଁ ଭାରତକୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କୁ ମଧ୍ୟ ମୋର ବହୁତ ସାରା ଭଲପାଇବା ଏବଂ ସବୁଠାରୁ ଭଲ ଟିମ୍‌ ହେଉଛି ଡି ୟୁନିଟ୍‌। ଧନ୍ୟବାଦ ଟିମ୍‌।’

Comments are closed.