ଆଜି ଫେରିବେ ଡାଏମଣ୍ଡ ପ୍ରିନ୍ସେସରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ: ଆଜି ଜାପାନ ବନ୍ଦରରେ ଫସି ରହିଥିବା ଭାରତୀୟ ଭାରତ ଫେରିବେ। ଏନେଇ ଟୋକୟୋସ୍ଥିତ ଭାରତୀୟ ଦୂତାବାସଙ୍କ ଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଭାରତୀୟଙ୍କ ଠାରେ କରୋନା ଭାଇରସର ଲକ୍ଷଣ ନ ଥିବ କେବଳ ସେହିମାନଙ୍କୁ ଚାର୍ଟର୍ଡ ବିମାନରେ ଭାରତ ଫେରାଇ ଅଣାଯିବ। ଡାଏମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ ୧୩୮ ଜଣ ଭାରତୀୟ ରହିଛନ୍ତି। ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ୧୬ ଜଣ କରୋନା ଭାଇରସରେ ଆକ୍ରନ୍ତ ଥିବା ବେଳେ ଅନ୍ୟ ୧୨୨ ଭାରତୀୟ ସୁସ୍ଥ ଅଛନ୍ତି। କେବଳ ସେମାନଙ୍କୁ ହିଁ ଭାରତ ଅଣାଯିବ। ସେମାନଙ୍କ ମଧ୍ୟରେ ଜଣେ ଓଡିଆ ପୁଅ ରହିଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୩ରେ ଡାଏମଣ୍ଡ ପ୍ରିନ୍ସେସ ଜାହାଜ ଜାପାନର ୟୋକୋହାମା ବନ୍ଦରରେ ଲାଗିଥିଲା। ସେଥିରେ ବିଭିନ୍ନ ଦେଶର ମୋଟ୍ ୩୭୦୦ ଲୋକ ଥିଲେ। ବର୍ତ୍ତମାନ ଜାହାଜରେ ଥିବା ଲୋକଙ୍କ ମଧ୍ୟରୁ କାରୋନା ଭାଇରସରେ ୭ ଜଣଙ୍କ ମୃତ୍ୟୁ ହୋଇଛି।