Odisha Link
Bridging the Missing Links in Odisha

ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ କୁମାର, ବିଧାନସଭାରେ ପ୍ରସ୍ତାବ ପାରିତ

ପାଟନା: ବିହାର ବଜେଟ ଅଧିବେଶନର ୪ର୍ଥ ଦିନରେ ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ କୁମାରଙ୍କ ଶାସିତ ଦଳ ଗୃହରେ ପ୍ରସ୍ତାବ ପାରିତ କରିଛନ୍ତି। ଜାତି ଆଧାରିତ ଜନଗଣନା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ପ୍ରସ୍ତାବ ଦ୍ବାରା ୨୦୨୧ ଜନଗଣନା ଜାତି ଆଧାରିତ ହେଉ ବୋଲି କେନ୍ଦ୍ର ସରକାରଙ୍କୁ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବହୁ ସମୟରୁ ଜାତି ଆଧାରିତ ଜନଗଣନା ପାଇଁ କହି ଆସୁଥିଲେ।

ଏହି ପ୍ରସଙ୍ଗରେ ଆରଜେଡି, କଂଗ୍ରେସ ଓ ବିପକ୍ଷ ଦଳ ମଧ୍ୟ ନୀତୀଶ କୁମାରଙ୍କୁ ସହମତ ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତୀଶ କୁମାର କହିଥିଲେ ଗୃହରେ କହିଥିଲେ ଯେ, ନୂଆ ଜନଗଣନା କାର୍ଯ୍ୟ ହେବ। ଯେଉଁଥିରେକି ଜାତି ଜନଗଣନା ହେବା ଦରକାର।

୨୦୧୯ ମସିହା ଜାନୁଆରୀ ୨୧ରେ ଲୋକସମ୍ବାଦରେ ନୀତୀଶ କୁମାର କହିଥିଲ ଯେ, କେଉଁ ଜାତିରେ କେତେ ଲୋକ ଅଛନ୍ତି, ତାହା ଜାଣିବା ଜରୁରୀ। ଦେଶରେ ଜନସଂଖ୍ୟା ଅନୁସାରେ ଆରକ୍ଷଣ ବ୍ୟବସ୍ଥା ହେଉ। ୧୯୩୧ ମସିହା ପରଠୁ ଦେଶରେ ଜାତି ଆଧାରରିତ ଜନଗଣନା ହୋଇ ନାହିଁ।

Comments are closed.