Odisha Link
Bridging the Missing Links in Odisha

ସରକାରୀ କର୍ମଚାରୀଙ୍କ ପାଇଁ ସିସିଆର ଆବଶ୍ୟକ ନାହିଁ

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ଏଣିକି ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବ ନାହିଁ। କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଏହି ସିସିଆର ବହୁ ଗୁରୁତ୍ୱ। ପ୍ରତି ବର୍ଷ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ସିସିଆର ବା ଚରିତ୍ର ପଞ୍ଜିକା ଦେବାକୁ ପଡିଥାଏ। ଏଥିପାଇଁ ଉପରିସ୍ଥ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଏବେ ଗ୍ରୁପ ୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦେବାର ଆବଶ୍ୟକତା ନାହିଁ। ନିଜ ବିଭାଗର ବରିଷ୍ଠ ଅଧିକାରୀ କେବଳ ସୁପାରିଶ କରିଦେଲେ କର୍ମଚାରୀଙ୍କର ପଦୋନ୍ନତି ହୋଇଯିବ।

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୯ ମସିହାରେ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ‘୫ଟି’ ସାମିଲ କରାଯାଇଥିଲା। ମୋଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଧାରିତ ମାପକାଠି ଅନୁସାରେ ଦିଆଯିବ। ବାକି ୨ ନମ୍ବର ‘୫ଟି’ ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୁଲା କାର୍ଯ୍ୟାନ୍ବୟନ ଯେତେ ଭଲ କରିବେ, ସେମାନଙ୍କୁ ୨ମାର୍କରୁ ସେତିକି ମିଳିବ ବୋଲି କୁହାଯାଇଥିଲା।

Comments are closed.