ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ପବନର ନୂଆ ଚାଲ, ଦାଖଲ କଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି। ସେ ଦାଖଲ କରିଥିବା ପିଟିସନରେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଛି।
ଅପରପକ୍ଷେ ଗତ ୧୭ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ। ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ସୂଚନା ରହିଛି। ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଦୋଷୀମାନେ ଫାଶୀ ଆଳରୁ ବଞ୍ଚିବା ପାଇଁ ନୂଆ ନୂଆ ଚାଲ ଖେଳିବାରେ ଲାଗି ପଡ଼ିଛନ୍ତି।