Odisha Link
Bridging the Missing Links in Odisha

‘କସୌଟୀ ଜିନ୍ଦେଗୀ କୀ ୨’କୁ ନେଇ ଜୋର ଧରିଛି ଚର୍ଚ୍ଚା

ମୁମ୍ବାଇ: ସିରିୟଲ କୁଇନ ଏକତା କପୁର ନିଜର ସିରିୟଲକୁ ନେଇକି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସିରିୟଲ କସୌଟୀ ଜିନ୍ଦେଗୀ କୀ ଙ୍କୁ ଦର୍ଶକ ବହୁତ ପସନ୍ଦ କରୁଥିବା ସମୟରେ ଏହାର ପାଟ-୨ ବହୁତ ଶୀଘ୍ର ଆସିବାକୁ ଯାଉଛି । ଏକତା ‘କସୌଟୀ ଜିନ୍ଦେଗୀ କୀ ୨’ ସିରିୟଲର ପ୍ରମୋ ସେୟାର କରିଛନ୍ତି ଏହି ପ୍ରମୋରେ ମଧ୍ୟ ନଜର ଆସିଛି ।

ଅନୁରାଗ୍ ପ୍ରେରଣାକୁ ମାରିଦେବେ। ତେବେ ଏହା ପରଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଶୋ’ର ହିରୋ କାହିଁକି ଭିଲେନ୍‌ ହେବେ? ତେବେ ବର୍ତ୍ତମାନ ଖବର ଆସିଛି ଯେ ଶୋ’ର ଅସଲି ଭିଲେନ୍‌ ମିଷ୍ଟର ବଜାଜ୍‌ ଏବେ ପୁଣି ଥରେ ଶୋ’କୁ କମ୍‌ବ୍ୟାକ୍‌ କରିବେ। ତେବେ ଶୋ’ରେ ତାଙ୍କର ଏଣ୍ଟ୍ରି କିପରି ହେବ ସେ ବିଷୟରେ କିଛି ସୂଚନା ମିଳି ନାହିଁ ।

ସୂଚନା ଅନୁସାରେ ଇନୁରାଗ ପ୍ରେରଣାଙ୍କୁ ଠେଲି ଦେବା ପରେ ବଜାଜ ତାଙ୍କୁ ବଞ୍ଚାଇବେ । ଏହା ପରେ ସେ ପ୍ରେରଣାଙ୍କୁ ଏକ ନୂଆ ଜୀବନ ଜିଇଁବାରେ ସାହାଯ୍ୟ କରିବେ। ଗତଥର ମିଷ୍ଟର ବଜାଜ୍‌ ଭିଲେନ୍ ହୋଇ ଏଣ୍ଟ୍ରି କରିଥିଲେ। ହେଲେ ଶେଷ ଆଡ଼କୁ ସେ ବଦଳିଯାଇଥିଲେ ଓ ହିରୋ ଭାବେ ବିଦାୟ ନେଇଥିଲେ। ତେବେ ଏଥର ସେ ଭଲ ହୋଇ ଆସୁଛନ୍ତି କି ପୁଣିଥରେ ଭିଲେନ୍‌ ହୋଇ ଆସୁଛନ୍ତି ତାହା ଦେଖିବା ବାକି ରହିଲା ।

Comments are closed.