Odisha Link
Bridging the Missing Links in Odisha

କୋଣାର୍କ ମନ୍ଦିରରୁ କଢ଼ାଯିବ ବାଲି ?

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ଏନେଇ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ତାଙ୍କର ବକ୍ତବ୍ୟ ଦେଇଛନ୍ତି। ଶ୍ରୀ ପଟେଲ କହିଛନ୍ତି ଯେ, ଲୋକେ ଚାହୁଁଛନ୍ତି ମନ୍ଦିର ଭିତରୁ ବାଲି କଢ଼ାଯାଉ। ଏହି ଐତିହ୍ୟ ଆଉ ୫୦୦/ ୭୦୦ ବର୍ଷ ରହୁ ବୋଲି ସମସ୍ତେ ଚାହୁଁଛନ୍ତି। ୧୯୦୫ରେ ଇଂରେଜମାନେ ମନ୍ଦିରରେ ବାଲି ଭର୍ତ୍ତି କରିଥିଲେ। ହେଲେ ଏବେ ମନ୍ଦିର ଭିତରୁ ବାଲି ବାହାର କରିବାକୁ ସମସ୍ତେ ଚାହୁଁଛନ୍ତି। ଏନେଇ ରିପୋର୍ଟ ଆସିଲେ ସରକାର ବିଚାର କରିବେ।
ଏହା ସହିତ ଏଏସଆଇ ଟେକ୍ନିକାଲ୍‌ କୋର୍‌ କମିଟି ସଦସ୍ୟ ଏନ୍.ସି. ପାଲ୍‌ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପାଲଙ୍କ କହିବା ଅନୁଯାୟୀ, ପୂର୍ବରୁ ଅନେକ ବିଶେଷଜ୍ଞ ଆସିଛନ୍ତି। ବାଲି କାଢ଼ିବାକୁ କହିଛନ୍ତି। ବାଲି କାଢ଼ି ଷ୍ଟିଲ କିମ୍ଫା ପଥର ଖମ୍ବ ବସାଇବାକୁ ଏକ୍ସପର୍ଟ କହିଛନ୍ତି। ଆଜି ବାଲି କାଢ଼ିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ମୋଟାମୋଟି ଭାବେ ଏୟା ନିଷ୍ପତ୍ତି ହେଲା ଯେ, ମନ୍ଦିରରୁ ବାଲି କଢ଼ାଯାଉ। ବାଲି କାଢ଼ିବାକୁ କେଉଁଠି ପ୍ରବେଶ ପଥ ହେବ ସେ ବିଷୟରେବି ଆଲୋଚା ହେଲା।

Comments are closed.