Odisha Link
Bridging the Missing Links in Odisha

ବର-କନ୍ୟା ହେଲେ ପାରସ୍‌ ଏବଂ ମାହିରା ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଟେଲି ଜଗତର ରିଆଲିଟି ଶୋ ବିଗବସ ୧୩ ସରିଯାଇଛି । ତେବେ ପ୍ରତିଯୋଗୀ ପାରସ ନିଜ ସିରିୟଲ ମୁଝସେ ଶାଦୀ କରୋଗି ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ବିଗ ବସ ଘରେ ପାରସ ଓ ମାହିରାଙ୍କ ବନ୍ଧୁତାକୁ ଅନେକ ଦର୍ଶକ ବେଶ୍ ପସନ୍ଦ କରୁଥିଲେ ।  ତେବେ ଦୁହିଁଙ୍କୁ ଦର୍ଶକ ଖୁବ ଶୀଘ୍ର ପୁଣି ଥରେ ଏକାଠି ଦେଖିବାକୁ ପାଇବେ । ‘ପାହିରା’ ଏକାଠି ସ୍କ୍ରିନ୍‌ ଶେୟାର କରିବେ। ସେମାନେ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ।

https://www.instagram.com/p/B9HPaLOF2Ca/

ମାହିରା ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେଆର କରିଛନ୍ତି । ଏଥିରେ ମାହିରା ଏବଂ ପାରସ ଖ୍ରୀଷ୍ଟିୟାନ ବର-କନ୍ୟା ବେଶରେ ନଜର ଆସିଛନ୍ତି । ମାହିରା ଶର୍ମା ଧଳା ରଙ୍ଗର ୱେଡିଂ ଗାଉନ୍‌ ପିନ୍ଧିଥିବା ବେଳେ ପାରସ୍‌ କଳା ରଙ୍ଗର କୋଟ୍‌ ପିନ୍ଧିଛନ୍ତି ।

https://www.instagram.com/p/B9HE065nN0S/

ଭିଡିଓ ସେୟାର କରିବା ସହ ମାହିରା ଲେଖିଛନ୍ତି, ‘ଏବେ କିଛି ଅଧିକ ହେବାକୁ ଯାଉଛି। କଣ ଆପଣମାନେ ଏଥିପାଇଁ ଉତ୍ସାହିତ ଅଛନ୍ତି?’ ଏଥିସହ ପାରସ୍‌ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି, ‘ଓ୍ଵାନ ଓ୍ଵମେନ୍‌ ଆର୍ମି’ ଏବଂ ଅନ୍ୟ ଏକ ଫଟୋରେ ଲେଖିଛନ୍ତି ‘କୁଛ୍‌ ନୟା ପାହିରା।’ ଯାହା ପାରାସ୍‌ ଏବଂ ମାହିରାଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #pahira।

Comments are closed.