Odisha Link
Bridging the Missing Links in Odisha

ଏପ୍ରିଲ ୧ରୁ ଆରମ୍ଭ ହେବ ଜନଗଣନା

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ଥର ଜନଗଣନାରେ ଗୃହ ତାଲିକା ମଧ୍ୟ ସାମିଲ ରହିବ। ଅର୍ଥାତ୍ ଘରର ସଦସ୍ୟଙ୍କ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ଘର ଗୁଡିକର ମଧ୍ୟ ଗଣନା କରାଯିବ। ଏସମ୍ପର୍କରେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ସାରା ଦେଶରେ ଆସନ୍ତା ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।

ବିଜ୍ଞପ୍ତି ଅନୁଯାୟୀ, ‘ଜନଗଣନା ଅଧିନିୟମ, ୧୯୯୦ ର ଧାରା ୬ଏ ସହିତ ପଢା ଯାଇଥିବା ଜନଗଣନା ଅଧିନିୟମ, ୧୯୪୮ ର ଧାରା ୩ଏ ଏବଂ ଧାରା ୧୭ଏ ଦ୍ବାରା ପ୍ରଦାନ କରାଯାଇଥିବା କ୍ଷମତା ଅଧାରରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ୨୦୨୧ ଜନଗଣନାରେ ମଧ୍ୟ ଗୃହ ତାଲିକା ସାମିଲ ରହିବ।

Comments are closed.