Odisha Link
Bridging the Missing Links in Odisha

ସାରା ବିଶ୍ୱ ଦେଖୁଛି ଭାରତୀୟ ବ୍ୟବସ୍ଥାର ବିଫଳତା : ନିର୍ଭୟା ମା

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପଟିଆଲା କୋର୍ଟ ପୁଣି ଥରେ ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ଘୁଞ୍ଚାିଛନ୍ତି। ଅର୍ଥାତ ଫାଶି ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ତେବେ ଫାଶୀ ଘୁଞ୍ଚିବା ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯେ, “ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି ଏତେ ସମୟ ନେଉଛନ୍ତି? ଦୋଷୀମାନଙ୍କୁ କାହିଁକି ଫାଶୀ ଦିଆଯାଉ ନାହିଁ ? ଦୋଷୀମାନଙ୍କୁ ଫାଶୀ ଦେବାରେ ଲଗାତାର ବିଫଳ ହେଉଛି ଆମ ସିଷ୍ଟମ। କୋର୍ଟର ଏଭଳି ନିଷ୍ପତ୍ତି ଲୋକଙ୍କୁ ସନ୍ଦେଶ ଦେଉଛି ଯେ, ଦେଶର ନ୍ୟାୟ ବ୍ୟବସ୍ଥା ଅପରାଧୀଙ୍କୁ ସପୋର୍ଟ କରେ।”

ଆଶା ଦେବୀ ଆହୁରି କହିଛନ୍ତି ଯେ, ପୂରା ବିଶ୍ୱ ଦେଖୁଛି ଭାରତରେ କିଭଳି ନ୍ୟାୟ ବିଳମ୍ବିତ ହେଉଛି। ଲଗାତାର ୩ ଥର ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ମୁଁ ପ୍ରତିଦିନ ଆଶା ହରାଉଛି ଏବଂ ପୁଣି ସୁଦୃଢ଼ ହୋଇ ଛିଡ଼ା ହେଉଛି। ସେମାନେ ଦିନେ ନା ଦିନେ ଫାଶୀ ପାଇବେ। ନିର୍ଭୟା ସହ ଯାହା ହୋଇଥିଲା, ତାହାଠୁ ଖରାପ ଆଉ କିଛି ହେବନି।ତଥାପି ନ୍ୟାୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଯେଉଁ ପର୍ଯ୍ୟନ୍ତ ମୋ ଶେଷ ନିଶ୍ୱାସ ଚାଲିଥିବ ସେ ପର୍ଯ୍ୟନ୍ତ ମୁଁ ମୋ ଝିଅକୁ ନ୍ୟାୟ ଦେବାପାଇଁ ସଂଘର୍ଷ ଜାରି ରଖିବି। ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପରେ ହିଁ ମୁଁ ଶାନ୍ତିରେ ଶୋଇପାରିବି। କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ପିତା ବଦ୍ରିନାଥ ସିଂହ କହିଛନ୍ତି , ଏହି ମାମଲାରେ ଜେଲ୍ ପ୍ରଶାସନର  ଅଭାବ ରହୁଛି ତେଣୁ ଦୋଷୀଙ୍କୁ ତାରିଖ ଉପରେ ତାରିଖ ମିଳୁଛି।

Comments are closed.