ଦିଲ୍ଲୀ ହିଂସା: ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ
ନୂଆଦିଲ୍ଲୀ: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟର ଆଜି ହେଉଛି ୨ୟ ଦିନ। ଦିଲ୍ଲୀ ହିଂସାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧିଙ୍କ ହଟ୍ଟଗୋଳ। ଫଳରେ ଉପରାଷ୍ଟ୍ରପତି ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଗତକାଲି ମଧ୍ୟ ଦିଲ୍ଲୀ ହିଂସା ପାଇଁ ଗୃହ ଚାଲି ପାରିନଥିଲା। ଗୃହମନ୍ତ୍ରୀଙ୍କ ଅମିତ ଶାହାଙ୍କ ଇସ୍ତଫା ଦାବି ସହ ହଙ୍ଗାମା କରିଥିଲେ। ଫଳରେ ମଙ୍ଗଳବାର ୧୧ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। ତେବେ ଆଜିର ଅଧିବେଶନରେ ଦିଲ୍ଲୀ ହିଂସାକୁ ନେଇ ମୁଲବତୀ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।
Comments are closed.