Odisha Link
Bridging the Missing Links in Odisha

କରୋନା ଭୟ: କାଲିଠୁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଏହାର କାୟା ବିସ୍ତାର କରୁଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥସହ ଦିଲ୍ଲୀ ସରକାର ଅଫିସ୍‌ରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ଉପରେ ମଧ୍ୟ ରୋକ୍ ଲଗାଯାଇଛନ୍ତି।

ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ। ଅର୍ଥାତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ମାର୍ଚ୍ଚ ୬ ଅର୍ଥାତ ଆସନ୍ତା କାଲିଠୁ ଲାଗୁ ହେବ। ଏଥିରେ ଦିଲ୍ଲୀର ସରକାରୀ, ଘରୋଇ, ଏଟେଡ, ଏନଡିଏମସି ସମସ୍ତ ସ୍କୁଲ ସାମିଲ ରହିଛି।

Comments are closed.