Odisha Link
Bridging the Missing Links in Odisha

ମହିଳାଙ୍କୁ ନିଜ ସୋସିଆଲ ମିଡିଆ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ, କିଏ ପ୍ରଥମେ ଟୁଇଟ କଲେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ମହିଳା ଦିବସ। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ମହିଳା ଶକ୍ତିର ଆତ୍ମା ଏବଂ ସଫଳତାକୁ ନମସ୍କାର କରୁଛୁ। ଏଥିସହିତ ସେ ଲେଖିଛନ୍ତି ଯେ, ଯେପରି ମୁଁ କିଛି ଦିନ ପୂର୍ବରୁ କହିଥିଲି, ମୁଁ ମଧ୍ୟ ସେହିପରି କରୁଛି । ଆଜି, ସମୟ ସମୟରେ ଦିନସାରା, ସାତଜଣ ମହିଳା ମୋ ସୋସିଆଲ ମିଡିଆ ଆକାଉଣ୍ଟକୁ ଗ୍ରହଣ କରିବେ ଏବଂ ସେମାନଙ୍କ ଜୀବନ ସହ ଜଡିତ ସ୍ମରଣୀୟ ମୂହୁର୍ତ୍ତଗୁଡିକ ଅଂଶୀଦାର କରିବେ।

ବିଶ୍ବ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସୋସିଆଲ ମିଡ଼ିଆ ଆକାଉଂଟକୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ଆକାଉଣ୍ଟରୁ ସାଇନ୍ ଆଉଟ୍ ହୋଇ ୭ ଜଣ ମହିଳାଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ଚଳାଇବା ପାଇଁ ହସ୍ତାନ୍ତର କରିଛନ୍ତି।

ପ୍ରଥମେ ଯେଉଁ ମହିଳା ଟୁଇଟ୍ କରିଛନ୍ତି ମୋଦିଙ୍କ ଆକାଉଣ୍ଟରୁ ସେ ହେଉଛନ୍ତି ଫୁଡ ବ୍ୟାଙ୍କର ପ୍ରତିଷ୍ଠାତା ସ୍ନେହା ମୋହନଡୋସ। ଯିଏକି ଏକ ଛୋଟିଆ ଭିଡିଓ ମଧ୍ୟ ତାଙ୍କର ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରୁଛନ୍ତି। ଫୁଡ୍ ବ୍ୟାଙ୍କ ହେଉଛି ଚେନ୍ନାଇର ଏକ କମ୍ପାନୀ। ଯିଏକି ବାସହରା ଲୋକଙ୍କୁ ଖାଇବା ଯୋଗାଇ ଥାଏ।

ଆଜି ପ୍ରଧାନମନ୍ତ୍ରୀ ନାରୀଶକ୍ତି ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ସମ୍ମାନୀତ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ଶୁଣିବେ। ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ମହିଳା ଦିବସରେ ନାରୀ ଶକ୍ତିଙ୍କ ପ୍ରତି ସମ୍ମାନ ଜଣାଇ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ସମର୍ପିତ କରିଛନ୍ତି। ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଅପରେଟ କରିବେ। ଏନେଇ ପୂର୍ବରୁ ଘୋଷଣା କରିଥିଲେ ମୋଦି।

Comments are closed.