ଚାହା ପିଇ ୧୫ ଗୁରୁତର

ଜଳେଶ୍ବର : ଚା’ ପିଇ ୧୫ ଜଣ ଲୋକ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରଣସିଂହ ଗ୍ରାମରେ। ସୂଜନା ମୁତାବକ, ଚାହା ପ୍ରସ୍ତୁତ ବେଳେ ଅଜାଣତରେ ଚାହା ପତି ବଦଳରେ କୀଟନାଶକ ପଡ଼ିଯାଇଥିଲା ଏବଯ ସେହି ଏହି ବିଷାକ୍ତ ଚାହା ପିଇ ୧୫ ଜଣ ଗୁରୁତର ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ ପହଞ୍ଚି କାମ କରୁଥିଲେ। ସେମାନଙ୍କ ନିମନ୍ତେ ଚାହା ପ୍ରସ୍ତୁତ କରୁଥିବା ଲୋକ ଅଜାଣତରେ ସେଥିରେ କୀଟନାଶକ ପକାଇ ଦେଇଥିବା ଜଣାଯାଇଛି। ଏହାକୁ ପିଇବା ପରେ ୧୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।