Odisha Link
Bridging the Missing Links in Odisha

ମଧ୍ୟ ପ୍ରଦେଶ ଭାଇରସ୍‌ ମହାରାଷ୍ଟ୍ରରେ ପ୍ରବେଶ କରି ପାରିବ ନାହିଁ: ସଞ୍ଜୟ

ମୁମ୍ବାଇ: ଆଜି କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କ ଭାଙ୍ଗି ବିଜେପିଲେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଯାହାକୁ ନେଇ ମଧ୍ୟ ପ୍ରଦେଶ ସରକାର ସଙ୍କଟରେ। ଯଦି ସିନ୍ଧିଆଙ୍କ ସମସ୍ତ ସମର୍ଥକ ବିଜେପିରେ ଯୋଗ ଦେଉଛନ୍ତି ତେବେ କଂଗ୍ରେସର ଶାସନାଧୀନ ମଧ୍ୟପ୍ରଦେଶ ସରକାର ସଙ୍କଟରେ। ମଧ୍ୟପ୍ରଦଶ ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ।

ମଧ୍ୟପ୍ରଦେଶ ରାଜନୀତକୁ ଦୃଷ୍ଟିରେ ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ର ବିକାଶ ଅଘାଡ଼ୀ ସରକାର ପାଇଁ କୌଣସି ଚିନ୍ତାର ବିଷୟ ନାହିଁ । ସୂଚନା ଥାଉକି ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପି ମିଳିତ ଭାବେ ସରକାର ଗଠନ କରିଛନ୍ତି।

ସଞ୍ଜୟ ଟୁଇଟ କରି କହିଛନ୍ତି ଯେ, ମଧ୍ୟପ୍ରଦେଶର ଭାଇରସ୍‌ ମହାରାଷ୍ଟ୍ରରେ ପ୍ରବେଶ କରି ପାରିବ ନାହିଁ। କାରଣ ମହାରାଷ୍ଟ୍ରର ସ୍ଥିତି ଅଲଗା ଅଛି। ୧୦୦ ଦିନ ପୂର୍ବରୁ ହିଁ ଏକ ଅଭିଯାନ ବିଫଳ ହୋଇଯାଇଥିଲା। ମହାରାଷ୍ଟ୍ର ବିକାଶ ଅଘାଡ଼ୀ ବାଇପାସ୍‌ ସର୍ଜରୀ କଲା ଓ ମହାରାଷ୍ଟ୍ରକୁ ବଞ୍ଚେଇଲା ବୋଲି କହିଛନ୍ତି ସଞ୍ଜୟ।

Comments are closed.