Odisha Link
Bridging the Missing Links in Odisha

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି ; କରନ୍ତୁ ଏପରି କାମ

ଭୁବନେଶ୍ବର :  ଆଜି କାଲି ବ୍ୟସ୍ତ ବହୁଳତା ଜୀବନ ଜାପନରେ ଅନେକ ଲୋକ ନିଜ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିନଥାନ୍ତି । ସାଧାରଣତଃ ସୁଆଦିଆ ଖାଦ୍ୟ ଉପରେ ଜୋର୍‌ ନ ଦେଇ ବରଂ ପୋଷକତତ୍ତ୍ବ ଭରପୂର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ ।

କରୋନା ଭାଇରସ୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ସଂକ୍ରାମକ ରୋଗରୁ ବର୍ତ୍ତିବାକୁ ଚାହଁଥିଲେ, ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଧ୍ୟାନ ଦିଅନ୍ତୁ ।

ପଢନ୍ତୁ,କଣ କଲେ ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ

– ରାତ୍ରିଭୋଜନ ପରେ ନଖଉଷୁମ ଖିରରେ ଚିମୁଟାଏ ଶୁଦ୍ଧ ହଳଦୀ ମିଶାଇ ପିଅନ୍ତୁ । ଥଣ୍ଡା, କାଶ, ସର୍ଦିରୁ ରକ୍ଷା କରିବା ସହ ଯକୃତ ଓ କର୍କଟ ରୋଗର ଆଶଙ୍କା ମଧ୍ୟ କମ୍ କରେ ।

– ଫ୍ରିଜ୍‌‌ରୁ ଖାଦ୍ୟ ବାହାର କରି ତୁରନ୍ତ ଖାଆନ୍ତୁ ନାହିଁ। ଏହାକୁ କିଛି ସମୟ ବାହାର ତାପମାତ୍ରାରେ ପ୍ରଥମେ ରଖିବେ। ପରେ ଭଲଭାବେ ଗରମ କରି ଖାଇବା ଉଚିତ ।

– ଗୋଟିଏ ଦିନ ପୋଷକତତ୍ତ୍ବ ଭରପୂର ଖାଦ୍ୟ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େନାହିଁ। ବରଂ ନିୟମିତ ଭାବେ ଖାଦ୍ୟତାଲିକା ପ୍ରସ୍ତୁତ କରି ଏସବୁ ଖାଦ୍ୟ ଖାଇଲେ ଲାଭ ମିଳିଥାଏ ।

– ଅଁଳା ଫଳ କିମ୍ବା ବଜାରରେ ମିଳୁଥିବା ଅଁଳା ଆଚାର ଖାଇବାର ଅଭ୍ୟାସ କରିବା ଉଚିତ। ସକାଳ ଜଳଖିଆରେ ରୁଟି କିମ୍ବା ପରଟା ସହ ନଚେତ୍ ଦ୍ବିପହର ଭୋଜନରେ ଭାତ ସହ ଏହିଁ ଅଁଳା ଅଚାର ମିଶାଇ ଖାଇବା ଆମ ଶରୀରକୁ ଶକ୍ତି ଯୋଗାଇଥାଏ ।

– ଓମେଗା ଥ୍ରୀ ଓ ଓମେଗା-୬ଯୁକ୍ତ ଖାଦ୍ୟ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ଭିଟାମିନ୍ ଟାବଲେଟ୍ ଖାଇପାରନ୍ତି । ନିଜ ମନକୁ ନିଷ୍ପତ୍ତି ନେଇ ଏସବୁ ଖାଆନ୍ତୁ ନାହିଁ, ସ୍ବାସ୍ଥ୍ୟ ହାନି ହେବାର ଭୟ ରହିଛି ।

Comments are closed.