Odisha Link
Bridging the Missing Links in Odisha

କରୋନା: କେଉଁମାନେ ମାସ୍କ୍‌ ପିନ୍ଧିବା ଦରକାର ଜାଣନ୍ତୁ…

ଭୁବନେଶ୍ୱର: କରୋନା ଭାଇରସର ସ୍ଥିତିକୁ ନେଇ ଲୋକମାନେ ଭୟଭୀତ। କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏଥିପାଇଁ ମାସ୍କ୍‌ ପିନ୍ଧୁଛନ୍ତି। ମାତ୍ର ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଏନେଇ ଆଜି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପରାମର୍ଶ ଦେଇ କହିଛନ୍ତି ଯେ, ମାସ୍କ ୨ ପ୍ରକାରର ବ୍ୟକ୍ତି ପିନ୍ଧିବା ଦରକାର। ଯେଉଁମାନେ ସଂକ୍ରମିତ ଓ ଯେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି, ସେମାନେ ହିଁ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଅସୁସ୍ଥତା ଅନୁଭବ କରୁଛନ୍ତି, ସେହି ବ୍ୟକ୍ତିମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ।
ଏଥିସହ ସ୍ୱାସ୍ଥ୍ୟକର୍ମୀମାନେ ମାସ୍କ ପିନ୍ଧିବା ଜରୁରୀ।

ଶ୍ରୀ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ୍ ଲାଇନ୍‌କୁ ୧୩,୬୨୭ କଲ୍‌ ଆସିଛି। ବିଦେଶରୁ ଫେରିଥିବା ୨୧୩୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଗତକାଲି କରୋନା ଭାଇରସ୍‌ ବିଶ୍ୱର ୧୬୨ଟି ରାଷ୍ଟ୍ରକୁ ଆକ୍ରାନ୍ତ କରିଥିବା ବେଳେ ଆଜି ଏହି ସଂଖ୍ୟା ୧୬୭ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧,୮୩,୧୧୬ ରହିଥିବା ବେଳେ ଆଜି ଏହା ୧,୯୯,୧୯୩କୁ ବୃଦ୍ଧି ପାଇଛି।

Comments are closed.