Odisha Link
Bridging the Missing Links in Odisha

କରୋନା: ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ କଲା ପ୍ରଶାସନ

ଶ୍ରୀନଗର: ଦିନକୁ ଦିନ କରୋନା ଭାଇରସର ପ୍ରଭାବ ଭାରତରେ ଦେଖିବାକୁ ମିଳୁଛି। ଏଯାବତ୍‌ ୧୨୭ ଜଣ ଭାରତୀୟ ଏହି ଭାଇରସର ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ କରୋନା ଭାଇରସର ପ୍ରଭାବ ବୈଷ୍ଣୋ ଦେବୀଙ୍କ ଯାତ୍ରା ଉପରେ ପଡ଼ିଛି। ଦିନକୁ ଦିନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜମ୍ମୁ-କଶ୍ମୀର ପ୍ରଶାସନ ଆଜି ଠାରୁ ବୈଷ୍ଣୋ ଦେବୀଙ୍କ ପ୍ରସିଦ୍ଧ ଯାତ୍ରାକୁ ବନ୍ଦ କରିଦେଇଛି।

ସେହିପରି ଇଣ୍ଟରଷ୍ଟେଟ ବସ୍‌ ସେବାକୁ ମଧ୍ୟ ପ୍ରଶାସନ ବ୍ୟାନ୍‌ କରିଛି। ଜମ୍ମୁ-କଶ୍ମୀର ଡିରେକ୍ଟର ଅଫ ଇନଫରମେସନ ଓ ପବ୍ଲିକ ରିଲେସନ(ଡିଆଇପିଆର) ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ କରାଯାଇଛି।

ଜମ୍ମୁ-କଶ୍ମୀରରୁ ଯାଉଥିବା ଓ ଏଠାକୁ ଆସୁଥିବା ସମସ୍ତ ବସ୍‌ ସେବାକୁ ଆଜିଠାରୁ ବ୍ୟାନ କରାଯାଇଛି। ଉଦ୍ଧମପୁର ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପବ୍ଲିକ ପରିବହନ ବ୍ୟବସ୍ଥାକୁ ରଦ୍ଦ କରିଛି। ସେହିପରି ଜମ୍ମୁରେ ଥିବା ବାଗ ଇ ବହୁ ଓ ପୁଞ୍ଚରେ ଥିବା ପବ୍ଲିକ ପାର୍କଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

Comments are closed.