କରୋନା : ପଞ୍ଜୀକୃତ ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟା
ଭୁବନେଶ୍ବର: ସାରା ବିଶ୍ବରେ କରୋନାର ଭୟ ସୃଷ୍ଟି ହୋଇଛି। କରୋନା ଭାଇରସ୍ ନେଇ କରାଯାଇଥିବା ସରକାରୀ ପୋର୍ଟାଲରେ ଉଭଣୀ ଗୀତା ମେହଟ୍ଟାଙ୍କ ପାଇଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟା ବିଦେଶରୁ ଫେରିଥିଲେ। ସେ ବିଦେଶରୁ ଫେରିବା ପରେ ତାଙ୍କର ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କୁ ବିଦେଶରୁ ଫେରିଥିବା ନିଜ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ନାଁ ପଞ୍ଜୀକରଣ କରିବା ପାଇଁ ଅପିଲ୍ କରିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ କରୋନାକୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ କରିଥିଲେ । ବିଦେଶ ଫେରନ୍ତାଙ୍କୁ ରେଜିଷ୍ଟ୍ରେସନ କରି ଆଇସୋଲେସନ୍ ରେ ରହିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ମଧ୍ୟ ରେଜିଷ୍ଟର କରିପାରିବେ। ଏଥିରେ ଆପଣଙ୍କ ଟେଲିଫୋନ୍ ନମ୍ବର ସହ ସବୁ ତଥ୍ୟ ରହିବା ଜରୁରୀ । ଏହା ମାଧ୍ୟମରେ ତଥ୍ୟଦେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.