ଲୋକ ସେବା ଭବନରେ କରୋନା ଆଲୋଚନା, ଗ୍ରାମାଞ୍ଚଳରେ ସଚେତନତାକୁ ଗୁରୁତ୍ୱ
ଭୁବନେଶ୍ବର : ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଏବଂ ବରିଷ୍ଠ ଅଧିକାରୀ ମାନେ ଭିଡ଼ିଓ କନଫରେନସିଂ ଜରିଆରେ ୩୦ ଜିଲ୍ଲାର ଜିଲ୍ଲା ପାଳ , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୩୧୪ ବ୍ଳକର ବିଡିଓ ମାନଙ୍କ ସହ ଆଲୋଚନା କରି ଜିଲ୍ଲା ଏବଂ ଗ୍ରାମାଞ୍ଚଳରେ କରୋନାର ମୁକାବିଲା ପାଇଁ ସଚେତନତା କାର୍ଯ୍ୟ କ୍ରମକୁ ଜୋର ଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ପ୍ରମୁଖ ଭାଗ ନେଇଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ତ୍ରୀପାଠି କହିଥିଲେ ଯେ , ଲୋକ ମାନଙ୍କ ଭିତରେ ସଚେତନତା ଆସିଲେ କରୋନାକୁ ହରାଇବା ସହଜ ହେବ ।
କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ , ନିର୍ଦ୍ଦେଶାବଳି ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ୫ଟି ସଚିବ ପରାମର୍ଶ ଦେଇଥିଲେ । ଏହି ଭିଡ଼ିଓ ଆଲୋଚନା ସମୟରେ ହିତାଧିକାରୀଙ୍କୁ ତିନି ମାସର ଆଗୁଆ ଭତ୍ତା , ପେମସନ ରାସନ, ସାମଗ୍ରୀ ଆଦି ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଏହା ବ୍ୟତିତ ଅଙ୍ଗନ ବାଡିରେ ପିଲାମାନଙ୍କ ପାଖରେ ଆଗୁଆ ଶୁଖିଲା ଖାଦ୍ୟ ପହଁଞ୍ଚାଇବା ଏବଂ ଏଏନଏମ ଓ ଆଶା କର୍ମୀ ମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅତି ଆବଶ୍ୟକ ଔଷଧ ପହଁଞ୍ଚାଇବା ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଉଥିଲା ।
ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ପାୱାର ବେକଅପ ସୁବିଧା ଥିବା ଏକ ନିର୍ଦ୍ଧିଷ୍ଟ ଘରକୁ ପ୍ରସ୍ତୁତ ରଖାଯିବ । ଆବଶ୍ୟକ ପଡ଼ିଲେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୫ ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରିସାରିଛି ।
Comments are closed.