ବଢିଲା ଡିଜିପିଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର: ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ କରଛନ୍ତି ରାଜ୍ୟ ସରକାର। ଫଳରେ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟଙ୍କ ଡିଜିପି ଭାବେ କାର୍ଯ୍ୟକାଳ ଆସନ୍ତା ୨୦୨୧ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ରହିବେ। ସେ ଏହି ପଦବୀରେ ୨ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୧୯ ନଭେମ୍ବର ୨୦ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଅଭୟଙ୍କୁ ପୁଲିସ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ଅଭୟ ଗତ ଡିସେମ୍ବର ୧୦ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ।
Comments are closed.