ମୁମ୍ବାଇରେ କରୋନା ସତର୍କତା : ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପଡିଲା ମହଙ୍ଗା
ମୁମ୍ବାଇ : ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି । ସରକାର ଏଥି ନିମନ୍ତେ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ମୁମ୍ବାଇରେ ବିଏମସି ପକ୍ଷରୁ ସଫେଇ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ଲୋକଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରୁଛି ବିଏମସି । ଏଥିପାଇଁ ମାର୍ସଲଙ୍କୁ ସତର୍କ ରହିବାକୁ ମଧ୍ୟ ଆଦେଶ ଦିଆଯାଇଛି । ଗୋଟିଏ ଦିନରେ ବିଏମସି ୧୧୧ ଲୋକଙ୍କ ଠାରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜରିମାନା ଆଦାୟ କରିସାରିଛି ।
ବିଏମସି କମିଶନର୍ ପ୍ରବୀଣ ପରଦେଶୀଙ୍କ କହିବାନୁସାରେ , ଗହଳି ସ୍ଥାନରେ ଛେପ ପକାଇବା ଦ୍ୱାରା କରୋନା ବ୍ୟାପିବାର ଅଧିକ ଆଶଙ୍କା ଥାଏ । ସେଥିପାଇଁ ଲୋକଙ୍କୁ ଭୁତାଣୁରୁ ଦୂରେଇ ରଖିବା ପାଇଁ ଆମକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡିଛି ।
ପ୍ରଥମେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକେ ୨୦୦ ଟଙ୍କା ଫାଇନ୍ ଦେଉଥିଲେ ବର୍ତ୍ତମାନ ଏହାକୁ ବଢାଇ ୧ ହଜାର ଟଙ୍କା କରାଯାଇଛି । ବୁଧବାର ପର୍ଯ୍ୟନ୍ତ ୧୧୧ ଜଣଙ୍କ ଠାରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
Comments are closed.