Odisha Link
Bridging the Missing Links in Odisha

କରୋନା ଭାଇରସ୍‌ : କେନ୍ଦ୍ରମନ୍ତ୍ରୀ ଦେଲେ ପରାମର୍ଶ, କହିଲେ ଖରାରେ ବସିଲେ ଭଲ ହୋଇଯିବ

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ। ଏଥିସହିତ କରୋନାର ପ୍ରଭାବ ଆସ୍ତେ ଆସ୍ତେ ଭାରତରେ କାୟା ମେଲାଉଛି। ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସମସ୍ତେ କେବେ ଔଷଧ ବାହାରିବ ସେନେଇ ଚିନ୍ତାରେ ଅଛନ୍ତି। ଏସବୁ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୋବେ କରୋନା ଭାଇରସରୁ କେମିତି ମୁକୁଳିବେ, ତା’ର ଉପାୟ କହିଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି।

ସେ କହିଛନ୍ତି, “ବର୍ତ୍ତମାନ ସବୁଆଡ଼େ କରୋନା ଭାଇରସ ବ୍ୟାପୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମ ସମସ୍ତଙ୍କୁ ପ୍ରତିଦିନ ୧୫ ମିନିଟ୍‌ ଖରାରେ ବସିବାକୁ ପଡ଼ିବ। ଖରାରେ ବସିଲେ ଆମ ଶରୀରକୁ ଭିଟାମିନ୍‌ ଡି’ ମିଳିବ। ଏହା ଆମର ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ। ଯେ କୌଣସି ଭାଇରସ ଖରାରେ ଶେଷ ହୋଇଯାଆନ୍ତି। ତେଣୁ କରୋନା ଭାଇରସ ମଧ୍ୟ ଖରାରେ ତିଷ୍ଟି ପାରିବ ନାହିଁ। କରୋନାର ମୁକାବିଲା ପାଇଁ ଆମକୁ ଖରାରେ ବସିବାକୁ ପଡ଼ିବ।” ଏଭଳି କିଛି କହିଛନ୍ତି ମନ୍ତ୍ରୀ।

Comments are closed.