Odisha Link
Bridging the Missing Links in Odisha

କରୋନା: ଜେଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ସତର୍କତା ପାଇଁ ଜେଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏପ୍ରିଲ ୫, ୭, ୯ ଓ ୧୧ରେ ଜେଇ ମେନ୍‌ ପରୀକ୍ଷା ହେବା ପାଇଁ ସ୍ଥିର କରାଯାଇଥିଲା। ମାତ୍ର ଜେଇ ମେନ୍‌ ପରୀକ୍ଷା ପାଇଁ ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର ହୋଇଥାଏ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡ଼େ। ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜେଇ ମେନ୍ ପରୀକ୍ଷା ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ଜେଇ ମେନ୍‌ ପରୀକ୍ଷା ନେଇ ମାର୍ଚ୍ଚ ୩୧ରେ ଘୋଷଣା ହେବ।

ସୂଚନାଯୋଗ୍ୟ, ‘କରୋନା’ ପାଇଁ ଆଜି ହେବାକୁ ଥିବା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Comments are closed.