ସୂର୍ଯ୍ୟ ଉଦୟ ପୂର୍ବରୁ କାହିଁକି ଦିଆଯାଏ ଫାଶୀ?, ଜାଣନ୍ତୁ କାରଣ
ଭୁବନେଶ୍ବର: ଆଜି ଅନ୍ତ ହେଲା ବହୁ ଚର୍ଚ୍ଚିତ ନିର୍ଭୟା ମାମଲା। ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ। ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର। ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀ ଖୁଣ୍ଟରେ ଝୁଲାଯାଇଛିି। ସକାଳ ୫ଟା ୩୦ ମିନିଟରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି।
ତେବେ ସବୁ ସମୟରେ ଭୋର ଅଥବ ସକାଳ ହେବା ପୂର୍ବରୁ ହିଁ ଜଣେ କଏଦୀକୁ ଫାଶୀ ଦିଆଯାଏ। ଏହା ପଛର କାରଣ କଣ ? କଣ ପାଇଁ ଜଣେ କଏଦୀକୁ ସକାଳ ହେବା ପୂର୍ବରୁ ଫାଶୀ ଖୁଣ୍ଟରେ ଝୁଲାଯାଇଥାଏ ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ।
ଜେଲ୍ରେ ସମସ୍ତ କାମ ସକାଳ ହେବାପରେ କରାଯାଇଥାଏ। କିନ୍ତୁ ଦିନରେ ଫାଶୀ ଦେଲେ ଜେଲ୍ର ଅନ୍ୟ କୌଣସି କାମ ପ୍ରଭାବିତ ହୋଇପାରେ। ଏହାସହ ଦିନରେ ଫାଶୀ ଦେବା କାରଣରୁ ଅନ୍ୟ କଏଦୀମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏହି କାରଣରୁ କଏଦୀଙ୍କୁ ସକାଳ ପୂର୍ବରୁ ଫାଶୀ ଦିଆଯାଏ।
ଏହାସହ ଫାଶୀ ଦେବା ପରେ ଜେଲ ଅଫିସରଙ୍କୁ ଆହୁରି ବହୁତ ପ୍ରକ୍ରିୟା ସାରିବାକୁ ପଡ଼ିଥାଏ। ଫାଶୀ ଦେବାପରେ କଏଦୀର ମେଡିକାଲ ଟେଷ୍ଟ, ରେଜିଷ୍ଟରରେ ନାମ ପଞ୍ଜୀକରଣ ସହ ବହୁତ ସ୍ଥାନକୁ ମୃତ୍ୟୁ ହେବାର ନୋଟିସ୍ ପଠେଇବାକୁ ପଡ଼ିଥାଏ। ଏହାପରେ ଯାଇ ଶବକୁ ପରିବାର ଲୋକଙ୍କୁ ଦିଆଯାଇଥାଏ। ଏହି ସବୁ କାରଣରୁ ଜଣେ କଏଦୀକୁ ସକାଳ ହେବା ପୂର୍ବରୁ ଫାଶୀ ଦିଆଯାଇଥାଏ।
Comments are closed.