ବଢ଼ିବନି ଅତ୍ୟାବଶ୍ୟକ ସାମଗ୍ରୀର ଦର: ମାସ୍କ ୮ ଟଙ୍କା, ସାନିଟାଇଜର ୫୦ ଟଙ୍କା
ଭୁବନେଶ୍ବର: କରୋନା ଜୀବାଣୁ ସଂକ୍ରମଣର ଭୟାବହତା ଯୋଗୁଁ ଦେଶରେ ଏବେ ଫେସ୍-ମାସ୍କ ଓ ହାଣ୍ଡ-ସାନିଟାଇଜର୍ର ଚାହିଦା ବଢ଼ିଯାଇଛି। ବିଭିନ୍ନ ସ୍ଥାନରେ ଏହି ସାମଗ୍ରୀର ଅଭାବ ଦେଖିବାକୁ ମିଳିଥିବା ବେଳେ, ବହୁ ସ୍ଥାନରେ ଚଢ଼ା ଦରରେ ବିକ୍ରି ହେଉଛି।
ମାସ୍କ ଓ ସାନିଟାଇଜରର ଆବଶ୍ୟକତା ଦେଖି ଏସବୁକୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କୌଣସି ବି ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ବଢ଼ିପାରିବ ନାହିଁ। ସରକାର ୨ ପ୍ଲାଏ ମାସ୍କର ଦାମ ୮ ଟଙ୍କା ସ୍ଥିର କରିଥିବା ବେଳେ ୧୦୦ ମିଲି ସାନିଟାଇଜରର ଦାମ ୫୦ ଟଙ୍କା ରହିବ ବୋଲି ଘୋଷଣା କରାଯାଇଛି।
ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶ୍ବାନ୍ ଗତକାଲି ଟ୍ବିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି।
ସେ ଲେଖିଛନ୍ତି ଯେ କରୋନା ଭୂତାଣୁ ବ୍ୟାପିଥିବା ବେଳେ ବିଭିନ୍ନ ସ୍ଥାନରେ ମାସ୍କ, ଏଥିରେ ବ୍ୟବହୃତ ସାମଗ୍ରୀ ଓ ସାନିଟାଇଜରର ଦରବୃଦ୍ଧି ଦେଖିବାକୁ ମିଳୁଛି। ଏହାକୁ ଗମ୍ଭୀରତାର ସହ ନେଇ ସରକାର ଏସବୁ ସାମଗ୍ରୀର ମୂଲ୍ୟ ସ୍ଥିର କରିଛନ୍ତି। ମାସ୍କ ୨ ପ୍ଲାଏର ଦାମ୍ ୮ ଟଙ୍କା ରଖା ଯାଇଥିବା ବେଳେ ୩ ପ୍ଲାଏର ଦାମ ୧୦ ଟଙ୍କର ରହିଛି। ସେହିପରି ୨୦୦ ମିଲି ହାଣ୍ଡ ସାନିଟାଇଜରର ଦାମ୍ ୧୦୦ ଟଙ୍କର ରହିଥିବା ବେଳେ ଅନ୍ୟ ପରିମାଣର ବୋତଲର ମୂଲ୍ୟ ସେହି ଅନୁପାତରେ ରହିବ।
କଳାବଜାରୀ, କୃତ୍ରିମ ଅଭାବ ବା ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିଲେ ଖାଉଟିମାନେ ଏ ନେଇ ଉପଭୋକ୍ତା ପୋର୍ଟାଲରେ ଅଭିଯୋଗ କରିପାରିବେ।
Comments are closed.