ଜନତା କର୍ଫ୍ୟୁ: କାଲି ରାଜ୍ୟର ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ସାରା ଦେଶରେ ହେବ ଜନତା କର୍ଫ୍ୟୁ। ଏହାକୁ ନଜରରେ ରଖି କାଲି ରାଜ୍ୟର ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ। କରୋନା ସଚେତନତା ପାଇଁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି।
ଏଥିସହିତ ସେ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ସବୁବେଳେ ଲାଗୁଥିବାରୁ ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନରେ କରୋନାର ମୁକାବିଲା ପାଇଁ ଆସନ୍ତାକାଲି ବନ୍ଦ କରାଯାଇଛି।