Odisha Link
Bridging the Missing Links in Odisha

କରୋନାକୁ ନ ଡ଼ରି ବିବାହ କଲେ ଭାରତୀୟ ସିନେମା ନିର୍ମାତା ପାଓ୍ବର

ଲଣ୍ଡନ : କରୋନା ଭୂତାଣୁ ପାଇଁ ଏବେ ସାରା ଦୁନିଆ ଚିନ୍ତିତ । ତେବେ ଏହି ଡ଼ର ୧୦୦ ବର୍ଷ ବୟସ୍କ ଭାରତୀୟ ସିନେମା ନିର୍ମାତା ପାଓ୍ବର ଅବାସ୍‌ଙ୍କ ବିବାହକୁ ରୋକି ପାରିନ ଥିଲା । ସେ ଓ ତାଙ୍କ ୭୦ ବର୍ଷ ବୟସ୍କା ପ୍ରେମିକା ଜୁର୍‌ ଜହିର୍‌ ଲଣ୍ଡନର ଏକ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଦୁହେଁ ୧୦ ଦିନ ପୂର୍ବରୁ ବିବାହ କରିଛନ୍ତି। ଅବାସ୍‌ ଓ ଜୁର୍‌ ଉଭୟ ଉତ୍ତରପ୍ରଦେଶରେ ରୁହନ୍ତି । ଲକ୍ଷ୍ନୌ ବାସିନ୍ଦା ଅବାସ୍‌ ବ୍ରିଟିଶ୍‌ ସୈନ୍ୟବାହିନୀରେ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବର୍ମାରେ ନିଯୁକ୍ତ ହୋଇଥିଲେ।

ଚାଇନାର ଉହାନରୁ ଆରମ୍ଭ ହୋଇଥିବା ଏହି ଭାଇରସ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିସାରିଲାଣି । ଏହି କାରଣରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଏକକ ରେଷ୍ଟୁରାଣ୍ଟ୍, ବାର୍, କଫିସପ୍, କ୍ୟାଣ୍ଟିନ୍‌ ଓ ଅନ୍ୟାନ୍ୟ ଖାଦ୍ୟପେୟ ଶାଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.