Odisha Link
Bridging the Missing Links in Odisha

‘ଜନତା କର୍ଫ୍ୟୁ’: ପିଏମ ମୋଦିଙ୍କୁ ଜଷ୍ଟିନ ଟୁଡୋଙ୍କ ସହ କାହିଁକି ତୁଳନା କରାଯାଉଛି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଜନତା କର୍ଫ୍ୟୁ ପରାମର୍ଶକୁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଏପରିକି କିଛି ଲୋକ କହିଛନ୍ତି ଯେ, କରୋନା ଭଳି ମହାମାରୀ ପାଇଁ ଏହାଠୁ ଅଧିକ କିଛି କରାଯିବା ଉଚିତ।

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଜନତା କର୍ଫ୍ୟୁକୁ ନେଇ ନିଜର ମତ ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ,”ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପକୁ ସ୍ୱାଗତ କରୁଛି, ଏହି କଷ୍ଟ ସମୟରେ ଆମକୁ ଏକଜୁଟ ହେବା ଆବଶ୍ୟକ। ଜନତା କର୍ଫ୍ୟୁ ପାଇଁ ରବିବାର ସବୁଠାରୁ ସହଜ ଦିନ ବୋଲି ଜାଣି ଆମେ ଏହାକୁ ସମର୍ଥନ କରିବୁ।” ସାମାଜିକ ବିଶୃଙ୍ଖଳା ଏବଂ ନିର୍ଦ୍ଦିଷ୍ଟ ଆର୍ଥିକ ସ୍ଥିତିକୁ ସରକାର ଆହୁରି ମଜବୁତ କରିବା ଆବଶ୍ୟକ।” ବୋଲି କହିଛନ୍ତି ଶ୍ରୀ ଥରୁର।

ଅପରପକ୍ଷେ କିଛି ଲୋକ ମୋଦିଙ୍କ ପରାମର୍ଶକୁ କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ସହ ତୁଳନା କରିଛନ୍ତି। ସ୍ୱରାଜ ପାର୍ଟି ସହ ଜଡିତ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଟୁଇଟ୍ କରି କହିଛନ୍ତି ଯେ, କରୋନା ଭୂତାଣୁର ଜରୁରୀକାଳୀନ ମୁକାବିଲା ପାଇଁ କାନାଡା ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ମୋଦିଙ୍କ ପରାମର୍ଶ ସହ ତୁଳନା କରନ୍ତୁ। ଏଥିସହିତ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

କାନାଡାର ପ୍ରଧାନମନ୍ତ୍ରୀ ଟୁଡୋ ଏପରି ଜରୁରୀକାଳୀନ ପରିସ୍ଥିତିରେ ରିଲିଫ୍ ପ୍ୟାକେଜ୍ ବ୍ୟତୀତ ବେକାରୀ ଏବଂ ଛାତ୍ରମାନଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି। ଟ୍ୱିଟରରେ ପୋଷ୍ଟ ହୋଇଥିବା ଟ୍ରୁଡୋଙ୍କର ଏହି ତିନି ମିନିଟର ଭିଡିଓ ୨୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

Comments are closed.