କରୋନା: ଟ୍ବିଟରର ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା, କହିଲେ…
ନୂଆଦିଲ୍ଲୀ: ସାରା ବିଶ୍ବକୁ କରୋନା ଚିନ୍ତା ଏପରିକି ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ଏକଜୁଟ ହେଉଛନ୍ତି। କରୋନା ଭାଇରସରୁ କିଭଳି ରକ୍ଷା ପାଇବେ ସେଥିପାଇଁ ସମଗ୍ର ବିଶ୍ବରେ ସଚେତନତା ବାର୍ତ୍ତା ବଣ୍ଟା ଯାଉଛି। ଏଥିସହିତ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଭିଭିନ୍ନ ସୋସିଆଲ ମିଡିଆ ସାଇଟ ଅଣ୍ଟା ଭିଡିଛନ୍ତି। ହ୍ବାଟସ୍ଆପଠୁ ନେଇ ଟ୍ବିଟର ଯାଏଁ ସମସ୍ତେ ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି ସତର୍କତା ବାର୍ତ୍ତା। ତେବେ କୋରୋନା ମୁକାବିଲା ପାଇଁ ଟ୍ବିଟର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Commendable effort by @TwitterIndia, which has launched a dedicated COVID-19 page that provides essential real-time updates to people from various authorities across India. #IndiaFightsCorona https://t.co/JUZ8boc0bc
— Narendra Modi (@narendramodi) March 21, 2020
କରୋନା ସମ୍ପର୍କିତ ଖବର କିଭଳି ଲୋକଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ କିଭଳି ପହଞ୍ଚିପାରିବ ସେ ନେଇ ଟ୍ବିଟର ନିଜର ଏକ କୋଭିଡ-୧୯ ପେଜ୍ ଲଞ୍ଚ କରିଛି। ଏହି ପେଜରେ କେବଳ କୋରୋନା ଜନିତ ସୂଚନା ମିଳିପାରିବ। ତେବେ ଟ୍ବିଟରର ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ପ୍ରଶଂସା କରିଛନ୍ତି ।
Comments are closed.