ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରେ ଆଜି ଭାରତରେ ୫ମ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୩ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେ କରୋନା ପଜିଟିଭରେ ଶିକାର ହୋଇଥିଲେ ଏବଂ ଚିକିତ୍ସିତ ହେଉଥିଲେ। ସେ ଗତକାଲି ରାତିରେ ଅସୁସ୍ଥତା ଅନୁଭବ କରିଥିଲେ। ମୃତ ବ୍ୟକ୍ତି ଜଣକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇସକେମିକ୍ ହୃଦ୍ ରୋଗର ପୀଡିତ ଥିଲେ। ଏନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି।
A 63-year-old COVID19 patient succumbed to illness last night. The patient who tested positive for Coronavirus had a chronic history of diabetes, high blood pressure and ischemic heart disease: Public Health Dept, Mumbai, Maharashtra pic.twitter.com/9O115QxgGd
— ANI (@ANI) March 22, 2020
ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଆଜି ସୁଦ୍ଧା ୩୨୪ ଜଣ ଭାରତୀୟ କରୋନ ପଜିଟିଭର ଶିକାର ହୋଇଛନ୍ତି। ଅପରପକ୍ଷେ ଆଜି କରୋନା ଭାଇରସରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଭାରତରେ ମୃତ୍ୟୁସଂଖ୍ୟା ୫ରେ ପହଁଞ୍ଚିଛି। ଦେଶର ମହାରାଷ୍ଟ୍ରରେ କରୋନା ଭାଇରସର ପ୍ରକୋପ ବେଶି ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୬୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଦେଶର ୨୨ ରାଜ୍ୟ କରୋନା ଭାଇରସ ଶିକାର ହୋଇଛନ୍ତି।
Comments are closed.