Odisha Link
Bridging the Missing Links in Odisha

ଗୀତ ଗାଇ ‘କରୋନା’ ସଚେତନତା ବାର୍ତ୍ତା ଦେଲେ ଆଇପିଏସ୍‌ ସାରା ଶର୍ମା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ‘କୋରନା ଭାଇରସ’ରୁ କିପରି ବିଶ୍ବବାସୀ ମୁକ୍ତି ପାଇବେ ସେଥିପାଇଁ ବିଭିନ୍ନ ସ୍ତରରେ ସଚେତନ କରାଯାଉଛି। କରୋନାର ମୁକାବିଲା କରବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କିଛି ନା କିଛି କାର୍ଯ୍ୟ କରି ସଦାବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଜିଲ୍ଲା ଏସ୍‌ପି ସାରା ଶର୍ମା ଗୀତ ଗାଇ ଲୋକଙ୍କୁ ‘କୋରନା’ ସମ୍ପର୍କରେ ସଚେତନ କରାଇଛନ୍ତି। ସେ ଗୀତ ମାଧ୍ୟମରେ ଲୋକଙ୍କୁ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ଅବଲମ୍ୱନ କରିବା ବୁଝାଇଥିବା ବେଳେ ସରକାରଙ୍କ ସମସ୍ତ କରୋନା ସତର୍କତା ବାର୍ତ୍ତା ବିଷୟରେ ବି ଅବଗତ କରିବାକୁ ଚେଷ୍ଟା କରିଛନ୍ତି।

ଏହି ଗୀତରେ ସାରା ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ ମଧ୍ୟ ସ୍ୱର ଦେଇଛନ୍ତି। ଏହି ଗୀତ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

https://www.facebook.com/sarah.sharma.10/videos/10158609146023689/

Comments are closed.