Odisha Link
Bridging the Missing Links in Odisha

ପ୍ରଥମ ପ୍ରାଥମିକତା କରୋନା: ଶିବରାଜ

ଭୋପାଲ: ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। ଗତକାଲି ରାତିରେ ବିଜେପିର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଶପଥ ନେବା ପରେ ପରେ ହିଁ ତାଙ୍କ ଶୁଭେଚ୍ଛୁଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ମୋ ପ୍ରଥମ ପ୍ରାଥମିକତା କରୋନା, ତା’ପରେ ଆଉ ଯାହା।

ସେ ଟ୍ୱିଟ୍ କରି କହିଛନ୍ତି, “ଆପଣଙ୍କ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ। ମୋର ସବୁଠାରୁ ପ୍ରଥମ ପ୍ରାଥମିକତା ରହିବ କୋଭିଡ୍-୧୯ ମୁକାବିଲା।”, ବାକି ସବୁ ପଛରେ। ଏଭଳି କିଛି ଟୁଇଟ କରିଛନ୍ତି ଶ୍ରୀ ଚୌହାନ।

Comments are closed.