Odisha Link
Bridging the Missing Links in Odisha

ଲକ ଡାଉନ ନିୟମ ମାନନ୍ତୁ, ନଚେତ ଖିଲାପକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ : କେସିଆର

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହି ଲକ ଡାଉନକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ରାଜ୍ୟରେ ପୋଲିସକୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି। ଏଥିସହିତ ଲକଡାଉନ ନିୟମ ଉଲ୍ଲଂଘନ ବା ଯେଉଁମାନେ ଆଇନ ନମାନିବେ ସେମାନଙ୍କୁ ଗୁଳି କରିବାକୁ  ନିର୍ଦ୍ଦେଶ ଦିଆଯିବ ବୋଲି କେସିଆର କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କୌଣସି କଟକଣା ନାହିଁ। କିନ୍ତୁ ଖବର ସଂଗ୍ରହ ହେଳେ କିଛି ପୁଲିସ୍ ସାମ୍ୱାଦିକଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଖବରକୁ କେସିଆର ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍‌ର ଖରାପ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତେ ଆଇନକୁ ମାନିବା ଉଚିତ ଓ ସଚେତନ ରହିବା ଆବଶ୍ୟକ ବୋଲି କେସିଆର କହିଛନ୍ତି।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ ମଙ୍ଗଳବାର ତିନି ଜଣ କୋଭିଡ-୧୯ ବା ମହାମାରୀ କରୋନା ଭାଇରସର ଶିକାର ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

Comments are closed.