ସମ୍ କରୋନା ହସ୍ପିଟାଲ ବୁଲିଲେ ୫-ଟି ସଚିବ
ଭୁବନେଶ୍ବର: ସମ୍ ହସ୍ପିଟାଲ ପରିସରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା କରୋନା ହସ୍ପିଟାଲ ବୁଲି ଦେଖିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ତାଙ୍କ ସହ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ଓ ପ୍ରମୁଖ ସଚିବ ସୌରଭ ଗର୍ଗ ମଧ୍ୟ ସମ୍ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ।
ଏ ଅବସରରେ ହସ୍ପିଟାଲ ପ୍ରତିଷ୍ଠା ମନୋଜ ନାୟକଙ୍କ ସମେତ ବରିଷ୍ଠ ଡାକ୍ତର ଓ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଳ ଖୁବ୍ ଶୀଘ୍ର ଉଦ୍ଘାଟିତ ହେବ।
Comments are closed.