Odisha Link
Bridging the Missing Links in Odisha

‘ମା’ ମାନେ ଘରର ପୋଲିସ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ମହାମାରୀ କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଘରୁ ବହାରକୁ ବାହରି ଆସିଛନ୍ତି ଅସହାୟଙ୍କୁ ସହାୟତା ହେବାକୁ, ଲୋକଙ୍କୁ ସଚେତନ କରିବାକୁ। ମହିଳାଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ କହିଛନ୍ତି।

ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ରାସନ ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ ଭ୍ୟାନ ଜରିଆରେ ସେବା ପହଞ୍ଚାଇଛନ୍ତି। ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମିଶନ ଶକ୍ତିର ମହିଳାମାନେ ବି ବିଭିନ୍ନ ଜିଲ୍ଲାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ୨୫ ଲକ୍ଷ ମିଲ ଅସହାୟଙ୍କୁ ଯୋଗାଇଥିବା ବେଳେ ଆଗକୁ ମଧ୍ୟ ମହିଳାମାନେ ଏହି କାମ ଜାରି ରଖିବେ ବୋଲି କହିଛନ୍ତି ସୁଜାତା।

ଅପରପକ୍ଷେ ବଜାରରେ ଯେତେବେଳେ ମାସ୍କର ଅଭାବ ଦେଖା ଦେଇଥିଲା। ସେତେବେଳେ ମହିଳାମାନେ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ନିଜେ ସିଲେଇ କରି ମାସ୍କ ବାଣ୍ଟିଛନ୍ତି। ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ଲୋକଙ୍କୁ ୧୨ ଲକ୍ଷ ମାସ୍କ ଯୋଗାଇଲେଣି ମିଶନ ଶକ୍ତି ମହିଳା ମାନେ।

କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ଆଉ ସଂକ୍ରମଣ ରୋକିବା ପାଇଁ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ତେବେ ଏହି କ୍ଷେତ୍ରରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ବାହାରେ ଲୋକଙ୍କୁ ପୋଲିସ ଜଗିବା ପରି ଘର ଭିତରେ ବି ମହିଳାମାନେ ସବୁ ମା ମାନେ ପୋଲିସ ହେବା ଦରକାର। ମା ମାନେ ଘରର ପୋଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନବାହାରିବା ପାଇଁ କହିବେ। ଆବଶ୍ୟକ ନଥିଲେ ଅଯଥାରେ ବାହାରକୁ ବାହାରିବେନି। ସବୁଦିନ ସଜ ପରିବା ବଜାରରୁ ଆଣିବା ଏଭଳି ସମୟରେ ଟିକେ ଦୂରାନ୍ତୁ। ତେବେ କରୋନା ଔଷଧ ଆମ ହାତରେ ଅଛି, ତେଣୁ ଘରେ ରହି କରୋନାକୁ ହରାଇବାକୁ ମାଆମାନଙ୍କୁ ସୁଜାତା କାର୍ତ୍ତିକେୟନ ପରାମର୍ଶ ଦେଇଛନ୍ତି।

Comments are closed.