Odisha Link
Bridging the Missing Links in Odisha

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ରାଜ୍ୟ ସରକାର ଓ ଅଭିଜ୍ଞ ବ୍ୟଙ୍କିମାନଙ୍କ ଠାରୁ ଏ ନେଇ ପରାମର୍ଶ ପାଇବା ପରେ ଏବେ ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଅବଧି ବିସ୍ତାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।

ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୭୬ ଜଣ ସଂକ୍ରମିତଙ୍କୁ ଠାବ କରିଥିବା ୭ଟି ରାଜ୍ୟ ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଅବଧି ଶେଷ ହେବା ପରେ ମଧ୍ୟ ଲକ୍‌ଡାଉନ୍‌ ବଳବତ୍ତର କରିବା ଲାଗି ଇଙ୍ଗିତ ଦେଇଛନ୍ତି। ଲକ୍‌ଡାଉନ୍‌ ଅଦିକ ଦିନ ବଢ଼ାଇବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଆସାମ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର। ଏଭଳି ସମୟରେ ସରକାର ଲକ୍‌ଡାଉନ୍‌ ଅବଧି ସଂପ୍ରସାରିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comments are closed.