Odisha Link
Bridging the Missing Links in Odisha

ପାରାଦୀପ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ ସ୍ଥିତି ପରଖିଲେ ୫-ଟି ସଚିବ

ଜଗତସିଂହପୁର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି। ଏଥିପାଇଁ ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପାରାଦୀପ ଗସ୍ତରେ ପ୍ରବାସୀ ଶ୍ରମିକଙ୍କ ଶିବିର ପରିଦର୍ଶନ କରିଛନ୍ତି। ଏଥିସହିତ ଶ୍ରମିକମାନଙ୍କ ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର।

ପାରାଦୀପର ସାନ୍ଧକୁଦ କୋଷ୍ଟଗାର୍ଡ କଲୋନୀ ଶିବରରେ ୮୬ ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ, ବିହାର ଓ ବାଲେଶ୍ବର ଅଞ୍ଚଳର। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତଙ୍କୁ ଏହି ଶିବିରରେ ରରଖାଯାଇଛି। ସରକାରଙ୍କ ପକ୍ଷରୁ ସେମାନଙ୍କ ପତ୍ୟହ ଦିନକୁ ୨ ଥର ଖାଇବାକୁ ଦିଆଯାଉଛି ଓ ସ୍ବାସ୍ବ୍ୟ ସେବା ଯୋଗାଇ ଦିଆଯାଉଥିବା ସୂଚନା ରହିଛି।

Comments are closed.