Odisha Link
Bridging the Missing Links in Odisha

କରୋନା ମୁକାବିଲା: ଦିନକର ଦରମା ଦେଲେ ରାଜ୍ୟର ଶିଶୁ ସୁରକ୍ଷା କର୍ମଚାରୀ

ଭୁବନେଶ୍ବର: ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ୍-୧୯ ତଥା କରୋନା ପ୍ରଭାବରେ ସାରା ଭାରତ ବର୍ତମାନ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ଯାହା ଫଳରେ ଦେଶର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବର କ୍ଷତି ହେବା ସହିତ ପ୍ରତ୍ୟେକ ଭାରତୀୟ କ୍ଷତିଗ୍ରସ୍ତ ହେଉଥିବାର ସ୍ପଷ୍ଟ ଚିତ୍ର ଲାଗିରହିଛି। କରୋନା ପ୍ରଭାବରେ ଆମ ରାଜ୍ୟ ମଧ୍ୟ ବହୁତ ପରିମାଣରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସ୍ୱତନ୍ତ୍ର ଭାବେ ଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସମସ୍ତ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।

ଏହି ଆହ୍ୱାନକୁ ସହୃଦୟତାର ବିଚାର କରି ଓଡ଼ିଶାର ୩୦ଟି ଜିଲ୍ଲାର ଶିଶୁ ସୁରକ୍ଷା କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ତଥା ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗର ସଚିବ ଏହି ଅର୍ଥକୁ ଗ୍ରହଣ କରିଥିଲେ ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧୁବାଦ ଜଣାଇଥିଲେ।

Comments are closed.