Odisha Link
Bridging the Missing Links in Odisha

ଶ୍ରମିକଙ୍କ ପାଇଁ SOP ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଏହାରି ଫଳରେ ଦେଶର ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି ରହିଛନ୍ତି। ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ଫସି ରହିଥିବେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିଛନ୍ତି। ସେହି ମୁତାବିକ ରାଜ୍ୟ ଭିତରେ ଯିବା ଆସିବା କରି ଦାଦନ ଶ୍ରମିକମାନେ କାମ କରିପାରିବେ। ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ କରାଯିବ। ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ, ଉତ୍ପାଦନ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ। କୃଷି ଓ ନରେଗା ମାନେ ମଧ୍ୟ କାର୍ଯ୍ୟ କରିପାରିବେ।

ଏଥିସହିତ ରିଲିଫ କିମ୍ବା ଆଶ୍ରୟସ୍ଥଳୀରେ ଥିବା ଦାଦନ ଶ୍ରମିକ ପଞ୍ଜିକୃତ ହେବେ। ରାଜ୍ୟ ଭିତରେ ଅନ୍ୟ ସ୍ଥାନକୁ ଚାହିଁଲେ ଯାଇପାରିବେ କିନ୍ତୁ ରାଜ୍ୟ/ କେନ୍ଦ୍ର ଶାସିତ ବାହାରକୁ ଯାଇ ପାରିବେ ନାହିଁ। ଲକ୍ଷଣ ନଥିବା ଶ୍ରମିକଙ୍କୁ ସ୍କ୍ରିନିଂ କରି ଏହି ଅନୁମତି ଦିଆଯିବ। ରାଜ୍ୟ ଭିତରେ ଗୋଟେ ଯାଗାରୁ ଅନ୍ୟ ଯାଗାକୁ ବସରେ ଯାତ୍ରା କରିବା ବେଳେ ସାମାଜିକ ଦୂରତା ରଖିବେ। ସେହି ବସଗୁଡ଼ିକୁ ବିଶୋଧନ କରାଯିବ। ସ୍ଥାନୀୟ କର୍ତ୍ତୃପକ୍ଷ ଖାଇବା ଓ ପାଣି ଯୋଗାଇଦେବେ। ଅବରୋଧ ଅଞ୍ଚଳର ଶ୍ରମିକଙ୍କ ପାଇଁ ଏହା ଲାଗୁ ହେବନି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଛି।।

Comments are closed.