Odisha Link
Bridging the Missing Links in Odisha

କରୋନା ଭାଇରସ୍: ୨୪ ଘଣ୍ଟାରେ ୪୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୮ ହଜାର ପାଖାପାଖି ପହଁଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭,୮୯୨ରେ ପହଁଞ୍ଚିଛି। ସେମଧ୍ୟରୁ ୮୭୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଏପର୍ଯ୍ୟନ୍ତ ୬୧୮୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର।

ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣଙ୍କର ମୃତ୍ୟୁ ହୋଇଛି।

ସାରା ଦେଶରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା କେଉଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ କେତେ ଜାଣନ୍ତୁ:
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୨୩୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୫୬), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୨), ଦିଲ୍ଲୀ (୮୭୭), ଗୋଆ (୭), ଗୁଜରାଟ (୩୧୩), ହରିୟାଣା (୧୭୬), ହିମାଚଳ ପ୍ରଦେଶ (୨୨), ଜମ୍ମୁ ଓ କଶ୍ମୀର (୧୩୭), ଝାଡ଼ଖଣ୍ଡ (୧୩), କର୍ଣ୍ଣାଟକ (୧୮୨), କେରଳ (୩୩୮), ଲଦାଖ (୧୪), ମଧ୍ୟପ୍ରଦେଶ (୩୦୨), ମହାରାଷ୍ଟ୍ର (୧୦୭୬), ମଣିପୁର (୨), ଓଡ଼ିଶା (୩୫), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୫୧୮), ତାମିଲନାଡୁ (୧୦୨୦), ତେଲେଙ୍ଗାନା (୨୮୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୨୮), ଉତ୍ତରପ୍ରଦେଶ (୨୮୯) ଓ ପଶ୍ଚିମବଙ୍ଗ (୧୦୫) ।

ସୂଚନାଥାଉକି, ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ୩ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ବୃଦ୍ଧି କରିଛନ୍ତି ସରକାର। ଏପରରିକି ଯେଉଁ ଅଞ୍ଚଳରେ କରୋନା ମାମଲା ନାହିଁ ସେହି ସ୍ଥାନରେ ୨୦ ଏପ୍ରିଲ ପରଠାରୁ କିଛି କଟକଣା କୋହଳ କରାଯାଇଛି।

Comments are closed.