Odisha Link
Bridging the Missing Links in Odisha

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ: ଦିନକୁ ଦିନ ସାରାଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି। ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପରି କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାର ଲାଗିଛି।

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପରିସ୍ଥିତି ଉଦବେଗ ଜନକ। ଏଠାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ ଚାକିରି କରୁଥିବା ଲୋକେ କରୋନା ଭାଇରସରେ ସଂକ୍ରିମତ ହେଉଛନ୍ତି। ଏବେ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ନୀତି ଆୟୋଗର ଜଣେ ଅଧିକାରୀ। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣଙ୍କ ନିତି ଆୟୋଗ ବିଲ୍ଡି୍ଂର ଚତୁର୍ଥ ମହାଲାରେ କାର୍ଯ୍ୟ କରୁଥିଲେ ଏବଂ ସେ ଜଣେ ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀ ହୋଇଥିବାରୁ ସମ୍ପୂର୍ଣ୍ଣ ଆୟୋଗ ସିଲ ହୋଇଛି।

ନୀତି ଆୟୋଗ ଦ୍ୱାରା ଜାରି ବିବୃତ୍ତିରେଆଜି ବିଲ୍ଡିଂରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ NITI Aayog ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛନ୍ତି ଓ ସମ୍ପୂର୍ଣ୍ଣ କୋଠାକୁ ସିଲ୍ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୧୦୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୯୦ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ତେବେ ଖୁସିର କଥା, ଗତ ୨୪ ଘଣ୍ଟାରେ ଗୋଟିଏ ବି କରୋନା ମୃତ୍ୟୁ ହୋଇ ନାହିଁ। ତେବେ ରଜାଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣଙ୍କର କରୋନା ମୃତ୍ୟୁ ହୋଇଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୭୭ ରହିଛି।

Comments are closed.