Odisha Link
Bridging the Missing Links in Odisha

ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଜୁନ୍ ୧୭ ତାରିଖ ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଏହା ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରର ପରୀକ୍ଷାଗୁଡ଼ିକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡ୍‌ଲାଇନ୍‌କୁ ତଜର୍ମା କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଡ. ସାହୁ କହିଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ ହେବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ସମସ୍ତ ସୂଚନା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ପାଠପଢାରେ ମନ ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଡ. ସାହୁ।

Comments are closed.