Odisha Link
Bridging the Missing Links in Odisha

ମେ ୧୭ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ଆପଣେଇଥିଲେ ଲକ୍‌ଡାଉନ୍। ହେଲେ ଦେଶରେ ଦେଖିବାକୁ ମିଳୁଥିବା ସଙ୍କଟକୁ‌ ନଜରରେ ରଖି କେନ୍ଦ୍ର ସରକାର ପୁଣି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ମେ ୧୭ ଯାଏ ବୃଦ୍ଧି ପାଇଲା ଲକ୍‌ଡାଉନ୍‌ ଅବଧି। ଏନେଇ ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି।

ମେ ୩ରେ ଲକ୍‌ଡାଉନ୍‌ର ୨ୟ ପର୍ଯ୍ୟାୟ ସମାପ୍ତ ହେବାର ଥିଲା। ହେଲେ ଏହା ପର୍ବରୁ ଆଉ ୨ ସପ୍ତାହ ପାଇଁ ଳକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀଙ୍କ ସହ ଆଲୋଚନା କରି ଏକ ଲକଡାଉନ୍ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ରହିଛି।

 ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପ୍ରଥମ ଲକଡାଉନ୍ ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ୨ୟ ଥର ପାଇଁ ୧୫ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ୧୯ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ତେବେ ଏଥର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

 

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫, ୩୬୫ରେ ପହଁଞ୍ଚିଛି। ସେମଧ୍ୟରୁ ୧୧୫୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଏପର୍ଯ୍ୟନ୍ତ ୯୦୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର। ଏଥିସହିତ ୨୫,୧୪୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.