Odisha Link
Bridging the Missing Links in Odisha

ଜୁଲାଇରେ ହେବ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ସ୍ଥଗିତ ଥିବା ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା। ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କ।

ଚଳିତ ବର୍ଷ ସାରା ଦେଶରେ ନିଟ ବା ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ୧୫ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିବା ବେଳେ ୯ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି। ଅପରପକ୍ଷେ ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା କେବେ ହେବ ସେନେଇ ସିବିଏସଇ ଖୁବଶୀଘ୍ର ନିଷ୍ପତି ନେବ ବୋଲି ସୂଚନା ରହିଛି। କରୋନ ପାଇଁ ସ୍ଥଗିତ ରହିଥିଲା ପରୀକ୍ଷା।

Comments are closed.