Odisha Link
Bridging the Missing Links in Odisha

ଭାରତୀୟ ସହର ହେଲା ପାକିସ୍ତାନର ମିରପୁର, ମୁଜାଫରାବାଦ ଓ ଗିଲଗିଟ!

ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ୍‌ ବାଲଟିସ୍ତାନ ଅଞ୍ଚଳରେ ନିର୍ବାଚନ କରାଇବାକୁ ପାକିସ୍ତାନ ସରକାର ମସୁଧା ଚଳାଇଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଦୁଇଦିନ ତଳେ ଭାରତୀୟ ପାଣିପାଗ ପୋର୍ଟାଲରେ ଏହି ଅଞ୍ଚଳକୁ ସ୍ଥାନ ଦିଆଯାଇଥିବା ବେଳେ ଆଜି ଠାରୁ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓ ମଧ୍ୟ ନିଜର ପାଣିପାଗ ଘୋଷଣାରେ ଆଜାଦ୍‌ କଶ୍ମୀର ଓ ଗତଲଗିଟ୍‌-ବାଲଟିସ୍ତାନ ଅଞ୍ଚଳକୁ ସାମିଲ କରାଯାଇଛି। ଭବିଷ୍ୟତରେ ଭାରତର ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ମଧ୍ୟ ଏହି ତିନି ସହରକୁ ନିଜର ପାଣିପାଗ ପୂର୍ବାନୁମାନ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିବେ।

ଭାରତୀୟ ସହରଗୁଡ଼ିକ ସମେତ ଏଣିକି ଆମେ ଦୂରଦର୍ଶନ ଓ ରେଡିଓରେ ପାକିସ୍ତାନ ଅଧିକୃତ ସ୍ବାୟତ୍ତଶାସିତ କ୍ଷେତ୍ରରେ ଥିବା ମିରପୁର, ମୁଜାଫରାବାଦ ଓ ଗିଲଗିଟ ସହରର ପାଣିପାଗ ପୂର୍ବାନୁମାନ ପ୍ରଦର୍ଶିତ ହେବ। ମିରପୁର ହେଉଛି ଆଜାଦ୍‌ କଶ୍ମୀରର ସବୁଠୁ ବଡ଼ ସହର। ମୁଜାଫରାବାଦ ପାକ୍‌ ଅଧିକୃତ ଆଜାଦ କଶ୍ମୀରର ରାଜଧାନୀ ହୋଇଥିବା ବେଳେ ଗିଲଗିଟ୍‌ ହେଉଛି ପାକ୍‌ ଅଧିକୃତ ସ୍ବାୟତ୍ତଶାସିତ କ୍ଷେତ୍ର ଗିଲଗିଟ୍-ବାଲଟିସ୍ତାନର ରାଜଧାନୀ। ଏହି ଦୁଇ ସ୍ବୟଂଶାସିତ ପ୍ରଦେଶ ନବଗଠିତ ଭାରତର ବୋଲି ଦାବି ହୋଇ ଆସୁଛି। ରାଜ୍ୟ ପୁନର୍ଗଠନ ପରେ ଭାରତ ଏହାର ନୂଆ ମାନଚିତ୍ରରେ ଆଜାଦ୍‌ କଶ୍ମୀରକୁ ଆମର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ଅଂଶ ଭାବେ ଦର୍ଶଇଥିବା ବେଳେ ଗିଲଗିଟ୍-ବାଲଟିସ୍ତାନକୁ ଲଦାଖ୍‌ ରାଜ୍ୟର ଅଂଶ ଭାବେ ଦର୍ଶାଯାଇଛି।

ତେବେ ଦେଶରେ ୟୁପିଏ ସରକାର ଥିବା ସମୟରେ ମଧ୍ୟ ଦୂରଦର୍ଶନରେ ପାକ ଅଧିକୃତ କଶ୍ମୀରର ପାଣିପାଗ ସୂଚନା ପ୍ରଦର୍ଶିତ ହେଉଥିବା ବେଳେ ବିଗତ ଗୋଟିଏ ଦଶନ୍ଧି ଧରି ଏହା ବନ୍ଦ ରହିଥିଲା।

Comments are closed.