ରାଜ୍ୟରେ ୧୨ ଶହ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଆଉ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୨୬୯ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟର ୨୬ଟି ଜିଲ୍ଲା କରୋନା କବଳରେ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୯ ଜଣ, ଯାଜପୁରରୁ ୧୪ ଜଣ, ପୁରୀରୁ ୧୭ ଜଣ, ବାଲେଶ୍ବରରୁ ୩ଜଣ, କଟକରୁ ଜଣେ, ସୁନ୍ଦରଗଡ଼ରୁ ୫ଜଣ, ନୟାଗଡ଼ରୁ ୫ଜଣ, ବଲାଙ୍ଗୀରରୁ ଜଣେ, ମାଲକାନଗିରିରୁ ୫ଜଣ, କନ୍ଧମାଳରୁ ୨ଜଣ, ଝାରସୁଗୁଡ଼ାରୁ ୩ଜଣ, ନବରଙ୍ଗପୁରରୁୁ ଜଣେ, ଗଜପତିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିଲେ। ୨ଜଣ ହୋମ୍ କ୍ବାରାଣ୍ଟିନରେ ଥିବା ବେଳେ ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି।
ରାଜ୍ୟରେ ବର୍ତ୍ତମାନ ୧୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି। ୮୨୬ ଜଣ ଆକ୍ରାନ୍ତ ରାଜ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.