Odisha Link
Bridging the Missing Links in Odisha

ଯଦି ବିଶ୍ବର ‘କାରଖାନା’ ଚାଇନା, ତେବେ ଭାରତ ‘କାର୍ଯ୍ୟାଳୟ’ ହୋଇପାରିବ: ଉଦୟ କୋଟାକ୍

ନୂଆଦିଲ୍ଲୀ: ଚାଇନା ଯଦି ଦୁନିଆର ଫ୍ୟାକ୍ଟିରି ତେବେ ଭାରତ ଅଫିସ୍‌ ହୋଇ ପାରିବ। ଏଭଳି କିଛି କହିଛନ୍ତି କୋଟାକ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକ୍। ସେ ଆହୁରି କହିଛନ୍ତି ଯେ, ସମସ୍ତ କ୍ଷେତ୍ରରେ ସ୍ୱଳ୍ପ ମୂଲ୍ୟରେ ଭାରତରେ ସର୍ବୋତ୍ତମ ପ୍ରଫେସନାଲ ଉପଲବ୍ଧ, ତେଣୁ ବିଶ୍ବର କାର୍ଯ୍ୟାଳୟ ହେବାର ଭାରତର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି ବୋଲି ସେ କହିଛନ୍ତି।

ଗତକାଲି ଉଦୟ କୋଟାକ୍ ଟୁଇଟ କରି କହିଛନ୍ତି ଯେ, ଚାଇନା ବିଶ୍ବର କାରଖାନା ଅଟେ। ଭାରତ ବିଶ୍ବର କାର୍ଯ୍ୟାଳୟ ହୋଇ ପାରିବ। ଗୁଗୁଲ ଆମେରିକୀୟ ଇନିଞ୍ଜନିଅରର୍ସଙ୍କୁ ଘରେ ବସି କାମ କରିବାକୁ କାହିଁକି ୨ ଲକ୍ଷ ଡଲାର ଦେବ, ଯେତେବେଳେ ସେହି କାମ ପାଇଁ ଗୁୁଗୁଲକୁ ଭାରତରେ ବହୁ ଶସ୍ତାରେ ଲୋକ ମିଳିପାରିବେ। ସେହିପରି ଫାଇନାସ୍‌ ଆନାଲିଷ୍ଟ୍, ମାର୍କେଟିଙ୍ଗ, ଆର୍କିଟେକ ଆଦି କ୍ଷେତ୍ରରରେ ମଧ୍ୟ ଏହି ସୁବିଧା ମିଳିପାରିବ। ନୂଆ ଦୁନିଆ ନୂତନ ସୁଯୋଗ ସୃଷ୍ଟି କରେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ନାହିଁ ଯେ ଆମର ଇଞ୍ଜିନିୟରମାନେ କୌଣସି ପ୍ରକାରେ ଦୁର୍ବଳ ଅଟନ୍ତି। କାରଣ ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଅନ୍ୟାନ୍ୟ କମ୍ପାନୀର ସିଇଓମାନେ ହେଉଛନ୍ତି ଭାରତୀୟ। ଭାରତ ବିଶ୍ୱ ସ୍ତରୀୟ ମାନବ ସମ୍ବଳ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।

Comments are closed.