Odisha Link
Bridging the Missing Links in Odisha

୧ ଘଣ୍ଟାର ଏସ୍‌ପି କୁନି ଝିଅ ଆରାଧ୍ୟା

ଓଏଲ୍‌ ବ୍ୟୁରୋ: ମହମାରୀ କରୋନା ଭାଇରସ୍‌କୁ ନେଇ ସମସ୍ତେ ଚିନ୍ତିତ ଏବଂ ସଚେତନ। ହେଲେ ବହୁ ଲୋକ ଏହି ମହାମାରୀକୁ ନେଇ ସଚେତନ ନାହାନ୍ତି। ହେଲେ ଜଣେ ୪ବର୍ଷର ଝିଅ ଲୋକଙ୍କୁ ଏହି ମହାମାରୀ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ। ଯେଉଁଥିପାଇଁ ସେ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

କିଛି ଦିନ ତଳେ ସୁକ୍‌ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। ଏହି ଭିଡିଓକୁ ଦେଖିବା ପରେ ଖୋଦ୍ ସୁକମା ଏସ୍‌ପି ଆରାଧ୍ୟାଙ୍କୁ ଡାକି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବା ସହ ଘଣ୍ଟାଏ ପାଇଁ ତାଙ୍କୁ ଏସ୍‌ପି କରାଇଥିଲେ।

ଆରାଧ୍ୟା ପୁଲିସ୍‌ ୟୁନିଫର୍ମ ପିନ୍ଧିବା ପରେ ବେଶ୍‌ ଖୁସି ଥିବା ସହ ଲୋକଙ୍କୁ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ। ଏହାସହ କରୋନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

Comments are closed.